Subhadra Yojana: ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ଖବର……...
Subhadra Yojana: ପୁଣି ପ୍ରସ୍ତୁତ ହେବ ସୁଭଦ୍ରା ଗାଇଡଲାଇନ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା।
ଅଯୋଗ୍ୟଙ୍କୁ ସାମିଲ ପାଇଁ ଗାଇଡଲାଇନ ଆସିବ। ୨ ଲକ୍ଷ ୬୭ ହଜାରଙ୍କ ଆବେଦନ ଖାରଜ ହୋଇଛି। ଖାରଜ ଲିଷ୍ଟ ଉପରେ ଆଜି ବୈଠକରେ ହେବ ଆଲୋଚନା। ନୂଆ ଗାଇଡଲାଇନ୍ ପାଇଁ ଦିନ ୩ଟାରେ ବସିବ ବୈଠକ।
ସେହିପରି ସୁଭଦ୍ରା ଯୋଜନାରେ ସାମିଲ ହେବେ ଅଙ୍ଗନବାଡ଼ି କର୍ମୀ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ। ଖୁବଶୀଘ୍ର ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ରିଲିଜ ହେବ ବୋଲି ନିକଟରେ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ।